ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସୋମବାର ଆଉ ୫୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ୯୨୫୫ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି।

ଆଜି ସୁସ୍ଥ ହୋଇଥିବା ୫୦୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡରୁ ୮, ଜଗତସିଂହପୁରରୁ ୭, ଭଦ୍ରକ ଓ ଢେଙ୍କାନାଳରୁ ୬ ଜଣ ଲେଖାଏଁ, ଅନୁଗୁଳରୁ ୫, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୪ଜଣ ଲେଖାଏଁ, ବରଗଡ଼ରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଝାରସୁଗୁଡା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.