ରାଜ୍ୟରେ ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୩ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଆଜି ୧୯ ଜିଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲାରୁ ସର୍ବାଧିକ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ବରରୁ ୨୪ ଜଣ, ବରଗଡ଼ ୧, ବଲାଙ୍ଗୀର ୭, ବୌଦ୍ଧ ୩, କଟକ ୧୨, ଦେବଗଡ଼ ୧, ଗଜପତି ୧, ଜଗତସିଂହପୁର ୧, ଯାଜପୁର ୨୨, ଝାରସୁଗୁଡା ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୧, କୋରାପୁଟ ୧, ମୟୁରଭଞ୍ଜ ୨, ନୟାଗଡ଼ ୫, ପୁରୀ ୪ ଏବଂ ସୁନ୍ଦରଗଡ଼ରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି। ୫୩୫୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୧୫୭ ଆକ୍ଟିଭ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.