ରାଜ୍ୟରେ କରୋନା ଟପିଲା ୬ହଜାର : ଆଉ ୨୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟିନ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମଣରୁ ହୋଇଥିବା ଜଣାପଡିଛି। ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୪୨୯୧ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୬୫ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଜି ଚିହ୍ନଟ ୨୧୮ କରୋନା ପଜିଟିଭଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୪୯ ଜଣ ଥିବାବେଳେ ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦, ମୟୁରଭଞ୍ଜରୁ ୯, ବାଲେଶ୍ୱରରୁ ୭, କେନ୍ଦ୍ରାପଡ଼ାରୁ ୬, କଟକରୁ ୫, ଝାରସୁଗୁଡାରୁ ୪, ନୂଆପଡା, ସମ୍ବଲପୁର ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବୌଧ, ନବରଙ୍ଗପୁର, କନ୍ଧମାଳ, ଯାଜପୁର ଏବଂ କୋରାପୁଟରୁ ଜଣେ ଲେଖାଏଁ ଓ ଏନଡ଼ିଆରଏଫର ୭ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.