ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୧୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୯୬୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୪ହଜାର ୧୨୩ ଏବଂ ଆକ୍ଟିଭ କେସ୍ ୧୮୧୫ ରହିଛି। ଆଜି ୧୮ଟି ଜିଲ୍ଲାରୁ ୨୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏଥିରେ ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ୬ଜଣ ଏନଡିଆରଏଫ୍ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮୮, ଖୋର୍ଦ୍ଧାରେ ୭୩୫, କଟକରେ ୫୧୦, ଯାଜପୁରରେ ୪୦୧, ଗଜପତିରେ ୩୮୪ ବାଲେଶ୍ବରରେ ୩୨୫, ଜଗତସିଂହପୁର ଜିଲ୍ଲାରେ ୨୩୯, ପୁରୀରେ ୨୩୨, କେନ୍ଦ୍ରାପଡ଼ାରେ ୨୨୩, ଭଦ୍ରକ ଜିଲ୍ଲାରେ ୨୦୦, କନ୍ଧମାଳରେ୧୭୬, ମୟୂରଭଞ୍ଜରେ ୧୭୨, ସୁନ୍ଦରଗଡ଼ରେ ୧୭୦, ବଲାଙ୍ଗୀରରେ ୧୬୫, ନୟାଗଡ଼ରେ ୧୩୫, କେନ୍ଦୁଝରରେ ୧୦୫, ନୂଆପଡ଼ାରେ ୭୯, ଝାରସୁଗୁଡ଼ାରେ ୭୬, ଢେଙ୍କାନାଳରେ ୭୩, କଳାହାଣ୍ଡିରେ ୭୦, , ବରଗଡ଼ ଜିଲ୍ଲାରେ ୬୮, ଅନୁଗୁଳରେ ୫୮, ମାଲକାନଗିରିରେ ୫୩, ସମ୍ବଲପୁରରେ ୪୫, ଦେବଗଡ଼ରେ ୪୨ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, କୋରାପୁଟରେ୨୬, ରାୟଗଡ଼ା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୫ରେ ପହଞ୍ଚିଛି।

Comments are closed.