ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୧୩୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୪୯ ଜଣ, ଖୋର୍ଦ୍ଧାରୁ ୧୯, କଳାହାଣ୍ଡିରୁ ୧୬, ଜଗତସିଂହପୁରରୁ ୧୪, ବାଲେଶ୍ବରରୁ ୭, କଟକରୁ ୬, ଅନୁଗୁଳ, ଯାଜପୁର ଓ ପୁରୀରୁ ୪ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୩ ଜଣ, କେନ୍ଦୁଝର ଓ କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ ଏବଂ ବରଗଡ଼, ଭଦ୍ରକ, ଝାରସୁଗୁଡା, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୧୨୩କୁ ବୃଦ୍ଧି ପାଇଛି। ଏନେଇ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଛି।

Comments are closed.