ଖୁସି ଖବର :  ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଶନିବାର ଆଉ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇଲେ ରାଜ୍ୟରେ ସମୁଦାୟ ବର୍ତ୍ତମାନ ୨,୫୯୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।।ଆଜି ସୁସ୍ଥ ହୋଇଥିବା ୧୨୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମରୁ ୩୩, ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ, ମୟୁରଭଞ୍ଜରୁ ୭, କଟକରୁ ୪, ଯାଜପୁର, ନୟାଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

Comments are closed.