ରାଜ୍ୟ ପାଇଁ ଖୁସି ଖବର ; ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର। ଶନିବାର ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦୫୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା କରୋନା ଆକ୍ରନ୍ତମାନଙ୍କ ମଧ୍ୟରୁ ବୌଦ -୨୮, ପୁରୀ-୧୧, କେନ୍ଦ୍ରାପଡା-୧୦, କଟକ- ୯, ଖୋର୍ଦ୍ଧା- ୭, ମାଲକାନଗିରି- ୨, ଅନୁଗୁଳ- ୨, ଗଞ୍ଜାମ, ବାଲେଶ୍ବର, ଯାଜପୁର ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ଟ୍ବିଟରେ ସୂଚନା ଦିଆଯାଇଛି ।

Comments are closed.