୭୦ହଜାର ଟପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ହଜାର ଅତିକ୍ରମ କରିଛି। ମଙ୍ଗଳବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୦,୭୫୬ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୨୯୩ ହୋଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୨,୪୫୪ ଜଣ ସୁସ୍ଥ ହୋଇଥିବାବେଳେ ୪୬,୦୦୮ ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୩୬୦୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୭ଜଣଙ୍କର ମୃତ୍ୟୁ ହୋଇଛି।
ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶରେ ସୁସ୍ଥତା ହାରରେ ଉନ୍ନତି ଆସୁଛି। ସୁସ୍ଥତା ହାର ୩୧.୭ରେ ପହଞ୍ଚିଛି। ସେହିପରି କରୋନା ଭାରତର କରୋନା ମୃତ୍ୟୁହାର ବିଶ୍ବରେ ସବୁଠାରୁ କମ୍। ଭାରତରେ ମୃତ୍ୟୁହାର ୩.୨ ରହିଥିବାବେଳେ ବିଶ୍ବର ମୃତ୍ୟୁହାର ୭ରୁ ୭.୫ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ
ଦେଶରେ କରୋନା ନମୁନା ପରୀକ୍ଷା ସୀମା ମେ ୩୧ ସୁଦ୍ଧା ୧ଲକ୍ଷ ଛୁଇଁବ। ମେ ୧୧ ତାରିଖରେ ୮୬,୧୯୧ଟି ନମୁନା ପରୀକ୍ଷା କରାଯାଇଥିଲା। ଦେଶରେ ୩୪୭ଟି ସରକାରୀ ଓ ୧୩୭ଟି ବେସରକାରୀ ନମୁନା ପରୀକ୍ଷା କେନ୍ଦ୍ର ରହିଛି।

Comments are closed.