ରାଜ୍ୟ​‌ରେ ଆଉ ୧୦ କରୋନା ରୋଗୀ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଉ ୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୭ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲାର ହୋଇଥିବା ବେଳେ ୩ ଜଣ ଭୁବନେଶ୍ଵରର ହୋଇଥିବା ଜଣାପଡ଼ିଛି। ଏଥିସହିତ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.