ରାଜ୍ୟରେ ଆଉ ୬ କରୋନା ରୋଗୀ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯

ଭୁବନେଶ୍ବର : ରାଜ୍ୟରେ ସୋମବାର ଆଉ ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରନ୍ତମାନେ ଯାଜପୁର ଓ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁର ଜିଲାର ୪ ଜଣ ରହିଥିବା ବେଳେ ଓ ଭଦ୍ରକ ଜିଲାର ୨ଜଣ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବସାଇଟରେ ସୂଚନା ଦିଆଯାଇଛି ।

ଏଥିସହ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ହୋଇଛି। ଏହା ମଧ୍ୟରୁ ୧୦୮ ଜଣ ଚିକିତ୍ସାଧିନ ଥିବାବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.