ରାଜ୍ୟରେ ଆଉ ୨ କରୋନା ରୋଗୀ ଚିହ୍ନଟ

ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ ୨ଜଣ କରୋନା ରୋଗୀ ସୋମବାର ଚିହ୍ନଟ ହୋଇଛନ୍ତି। ଜଣେ ବାଲେଶ୍ବର ଓ ଅନ୍ୟ ଜଣେ କୋରାପୁଟ ଜିଲାର ହୋଇଥିବା ସୂଚନା ଓ ଲୋକମସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। କୋରାପୁଟ ଜିଲାର ଆକ୍ରାନ୍ତ ଜଣଙ୍କ ୨୨ ବର୍ଷୀୟ ଯୁବକ। ସେ ଜଣେ ସ୍ବାସ୍ଥକର୍ମୀ ବୋଲି ଜଣାପଡ଼ିଛି। ସେହିପରି ବାଲେଶ୍ବରରେ ଚିହ୍ନଟ ହୋଇଥିବା କରୋନା ରୋଗୀ ଜଣଙ୍କ ୩୨ ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ରାଜ୍ୟରେ ସମୁଦାୟ  କରୋନା ରୋଗୀଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି।

Comments are closed.