ରାଜ୍ୟରେ ଆଉ ୨ କରୋନା ରୋଗୀ ଚିହ୍ନଟ ; ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

ବାଲେଶ୍ବର : ରାଜ୍ୟରେ ଗୁରୁବାର ଆଉ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୨ଜଣ ବାଲେଶ୍ବର ଜିଲାର ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୨ଜଣଙ୍କୁ ମିଶାଇ ବାଲେଶ୍ବରରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି ।

ସେହିପରି କିଛିସମୟ ପୂର୍ବେ ଯାଜପୁର ଜିଲାରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଥଇଲେ। ଏହାସହ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୯କୁ ବୃଦ୍ଧି  ପାଇଛି ।

Comments are closed.