କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ :  ଦେଶରେ କୋଭିଡ-୧୯ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଭାରତ ସରକାର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପଦକ୍ଷେପକୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଶୁକ୍ରବାର ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଏଥିରେ ସେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦୁର୍ବଳ ବର୍ଗଙ୍କ ଉପରେ ବିଶେଷ ଗୁରୁତ୍ବାରୋପ କରି ନାଗରିକ ସମାଜ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଘରୋଇ କ୍ଷେତ୍ର ଏବଂ ରେଡକ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ।
ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ସଂକଟର ଏହି ଅନିଶ୍ଚିତ ସମୟରେ ଦେଶବାସୀଙ୍କ ଅଭୂତପୂର୍ବ ଶୃଙ୍ଖଳା ଏବଂ ସମ୍ମିଳିତ ପ୍ରୟାସର ପ୍ରଶଂସା କରିଥିଲେ। ସେ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବାରୋପ କରିବା ସହିତ ପ୍ରତ୍ୟେକ ନାଗରିକଙ୍କୁ ଲକଡାଉନକୁ କାର୍ୟ୍ୟକାରୀ କରିବା ନିମନ୍ତେ ଅନୁରୋଧ କରିଥିଲେ।
ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କାର୍ୟ୍ୟରେ ବାଧା ସୃଷ୍ଟି ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିବେଦନ କରିଥିଲେ। ଦେଶର ଅଗ୍ରଣୀ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ। ସେ ଆହୁରି କହିଥିଲେ ଯେ କୋଭିଡ-୧୯ ମହାମାରୀର ନିୟନ୍ତ୍ରଣ ଏବଂ ପ୍ରତିହତ କରିବା କ୍ଷେତ୍ରରେ ସେମାନେ ଦେଶର ସେବା କରୁଛନ୍ତି। ସେମାନଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏହି କାରଣରୁ ଦେଶର ୧୫୬ କୋଭିଡ-୧୯ ସଂକ୍ରମିତ ବର୍ତ୍ତମାନ ଆରୋଗ୍ୟ ଲାଭ କରିସାରିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨ ଏପ୍ରିଲ ୨୦୨୦ରେ ପ୍ରଶିକ୍ଷଣ ଉପାଦାନ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାର୍ଗଦର୍ଶିକା ଜାରି କରାଯାଇଛି ଯାହାକି https:// www .mohfw .gov.in/ pdf/ Advisory for HRmanagement.pdf ରେ ଉପଲବ୍ଧ। ଏଥିରେ କ୍ଷେତ୍ରୀୟ ନିରୀକ୍ଷଣ, ଏକାନ୍ତବାସ ସୁବିଧାର କ୍ଲିନିକାଲ ପରିଚାଳନା, ସଙ୍ଗରୋଧ, ମାନସିକ-ସାମାଜିକ ଯତ୍ନ, ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳ ପରିଚାଳନା ଆଦି ନିମନ୍ତେ ସାମର୍ଥ୍ୟ ନିର୍ମାଣ ତାଲିମ ଏବଂ ପଦକ୍ଷେପ ସୁଦୃଢ଼ କରାଯିବା ଆଦି ସାମିଲ ରହିଛି।
ଏହାଛଡ଼ା କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟୁ କେୟାର ଓ ଭେଣ୍ଟିଲେସନ ରଣନୀତି ଏବଂ ନର୍ସଙ୍କ ପାଇଁ ଅନଲାଇନ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଏମ୍ସ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। ଏ ସମସ୍ତ କାର୍ୟ୍ୟକ୍ରମର ଲିଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ରେ ଉପଲବ୍ଧ ରହିଛି।
ବର୍ତ୍ତମାନ ସୁଦ୍ଧା ୨୩୦୧ କୋଭିଡ-୧୯ ସଂକ୍ରମଣ ମାମଲା ମଧ୍ୟରୁ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୬ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି ।
କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ  ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.inରେ ଇମେଲ କରନ୍ତୁ।
କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ ଅବା ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି।

Comments are closed.