୮୪ରୁ ୯୦ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଶନିବାର ୮୪ରୁ ୯୦ ନମ୍ବର ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି । ୪ ଜଣଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ୭୩ ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ ରହିଛନ୍ତି । ୮୫,୮୬ ଓ ୮୭ ନମ୍ବର ଆକ୍ରାନ୍ତ ୭୩ ନମ୍ବରଙ୍କ ନିକଟ ସମ୍ପର୍କୀୟ ଅଟନ୍ତି।

୮୫ ନମ୍ବର ଜଣଙ୍କ ହେଉଛନ୍ତି ୨୧ ବର୍ଷୀୟ ଯୁବକ । ସେ ୭୩ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ। ୭୩ ନମ୍ବର ଆକ୍ରାନ୍ତଙ୍କ ଘର ଯାଜପୁର ଯାହାନପୁର ବାସୁଦେବପୁର । ମାର୍ଚ୍ଚ ୨୯ରେ କଲକାତାରୁ ବାପା ଓ ଅନ୍ୟ ଜଣଙ୍କ ସହ ଫେରିଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୨୦ଯାଏ ଘରେ ଥିଲେ ପରେ କ୍ବାରେଣ୍ଟାଇନରେ ରହିଥିଲେ । ତାଙ୍କର ଲକ୍ଷଣ ନ ଥିଲା , ପଜିଟିଭ ଚିହ୍ନଟ ପରେ କଳିଙ୍ଗନଙ୍ଗର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

୮୬ ନମ୍ବର ସଂକ୍ରମିତ ମଧ୍ୟ ୭୩ ନମ୍ବର ସଂକ୍ରମିତଙ୍କ ନିକଟ ସମ୍ପର୍କୀୟ । ୮୬ ନମ୍ବର ସଂକ୍ରମିତ ଜଣଙ୍କ ୪୮ ବର୍ଷୀୟ ମହିଳା ଅଟନ୍ତି । ଉକ୍ତ ସଂକ୍ରମିତଙ୍କ ଘର ଯାଜପୁର ସଦର ବସୁଦେବପୁର । ସେ ଘରେଥିଲେ ତାଙ୍କ ଠାରେ ଲକ୍ଷଣ ନ ଥିଲା ହେଲ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

୮୭ ନମ୍ବର ଓ ୮୦ ବର୍ଷୀୟା ବୃଦ୍ଧା ମଧ୍ୟ ୭୩ ନମ୍ବରଙ୍କ ନିକଟ ସମ୍ପର୍କୀୟ । ଘରେଥିଲେ ପରେ କ୍ବାରେଣ୍ଟାଇନ ଗଲେ । ତାଙ୍କ ଠାରେ ମଧ୍ୟ ଲକ୍ଷଣ ପ୍ରକାଶ ପାଇ ନ ଥିଲା । ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

 

୮୮ ଓ ୮୯ ନମ୍ବର ଉଭୟ ଆକ୍ରାନ୍ତଙ୍କ ଘର ବଲେଶ୍ବର ନେଳିଆବାଗରେ । ସେ ୬୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ୮୮ ନମ୍ବର ପୁରୁଷ ଆକ୍ରାନ୍ତ ଜଣଙ୍କ ଘର ନେଳିଆବାଗ । ଲକଡାଉନ ବେଳେ ଘରେ ଥିଲେ , ଲକ୍ଷଣ ନ ଥିଲା ଓ ଟେଷ୍ଟ ପରେ କରୋନା ପଜିଟିଭ ଆସିଛି । ୮୯ ନମ୍ବର ମହିଳା ଆକ୍ରାନ୍ତ ଜଣଙ୍କ ଘର ନେଳିଆବାଗ । ଲକଡାଉନବେଳେ ଘରେ ଥିଲେ , ଲକ୍ଷଣ ନ ଥିଲା ପଜିଟିଭ ଚିହ୍ନଟ ।

୮୪ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ମହିଳା । ଘର ଦଶରଥପୁର କୋଦେଇବାଟି । ଆକ୍ରାନ୍ତ ମହିଳା ଜଣଙ୍କ ୭୪ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ଲକ ଡାଉନ ବେଳେ ଘରେଥିଲେ , ପରେ କ୍ବାରେଣ୍ଟାଇନରେ ଲକ୍ଷଣ ନ ପ୍ରକାଶ ପାଇନଥିଲା ।

୯୦ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ୪୩ ବର୍ଷ ବୟସ୍କ ପୁରୁଷ । ଘର ବାସୁଦେବପୁର ବ୍ରାହ୍ମଣୀ ଶାସନ। ଏପ୍ରିଲ ୧୬ରେ କୋଲକାତା ଖିଦିରପୁରରୁ ଆସି ଘରେ ପହଞ୍ଚିଥିଲେ। ହୋମ କ୍ବାରେଣ୍ଟିନରୁ ସରକାରୀ କ୍ବାରେଣ୍ଟାଇନରେ ଯାଇଥିଲେ , ଲକ୍ଷଣ ନ ଥିଲା। ପରେ ରକ୍ତନମୂନା ପରୀକ୍ଷାପରେ କରୋନା ପଜିଟିଭ ।

 

Comments are closed.