କରୋନାର ନୂଆ ଲକ୍ଷଣ ‘କୋଭିଡ ଟୋଜ୍‌’

ୱାଶିଂଟନ୍ : କରୋନା ସମ୍ପର୍କିତ ଏକ ନୂଆ ଲକ୍ଷଣ ଶିଶୁଙ୍କଠାରେ ଦେଖାଯାଉଛି। ପ୍ରଥମେ ଗତ ମାର୍ଚ୍ଚରେ ଇଟାଲୀ ଓ ପରେ ଆମେରିକାରେ ଏହା ଠାବ କରାଯାଇଥିବା ଡାକ୍ତରମାନେ କହୁଛନ୍ତି। ହିମ ପ୍ରଦାହ ବା ତୁଷାର କ୍ଷତ (ଫ୍ରଷ୍ଟବାଇଟ୍‌ ବା ପର୍ଣ୍ଣିଓ) ଭଳି ଘା’ ପିଲାଙ୍କ ପାଦ ବା ଆଙ୍ଗୁଠିରେ ଦେଖାଯାଉଛି। ପାଦ ଆଙ୍ଗୁଠିରେ ଫୋଟକା ଭଳି ଘା’ ସୃଷ୍ଟି ହେବା ସହ ହଠାତ୍‌ ଏହା ଫୁଲିଯାଉଛି। ଆଙ୍ଗୁଠିର ରକ୍ତକଣିକାଗୁଡ଼ିକ ଏଥିରେ ନଷ୍ଟ ହୋଇଯାଉଛି। ଆକ୍ରାନ୍ତ ଶିଶୁର ଘ୍ରାଣ ଓ ସ୍ବାଦ ଶକ୍ତି ହ୍ରାସ ପାଉଛି। ଆଖି ଈଷତ୍‌ ଲାଲ ଦେଖାଯାଉଛି। ସମୟକ୍ରମେ ସ୍ବାଭାବିକ କା​‌େ​‌ରାନା ଲକ୍ଷଣ ପ୍ରକାଶ ପାଉଛି। ଅଧିକ ଶୀତଳ ଓ କରୋନା ପ୍ରଭାବିତ ଅଞ୍ଚଳରେ ଏହା ଅଧିକ ଲକ୍ଷ୍ୟ କରାଯାଉଥିବାରୁ ଚର୍ମ ବିଶେଷଜ୍ଞମାନେ ଏହାର ନାମକରଣ କରିଛନ୍ତି ‘କୋଭିଡ ଟୋଜ୍‌’। ଏଥିରୁ ଶିଶୁଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହେଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ପ୍ରତି ଡାକ୍ତରମାନେ ଚେତାଇ ଦେଇଛନ୍ତି। ଆମେରିକାର ବୋଷ୍ଟନ ଅଞ୍ଚଳରେ ଏହା ଦେଖାଯିବା ପରେ ଚର୍ମ ବିଶେଷଜ୍ଞମାନେ ସମ୍ପୃକ୍ତ ଶିଶୁଙ୍କର ପ୍ରଥମେ କରୋନା ପରୀକ୍ଷା କରାଉଛନ୍ତି।

Comments are closed.