କରୋନାରେ ପ୍ରଥମ ଭାରତୀୟ ଭାବେ ପ୍ରତିଯୋଗିତାକୁ ଓହ୍ଲାଇଲେ ଶ୍ରାବଣୀ

କଟକ : କରୋନା ମହାମାରୀ ସଙ୍କଟ ମଧ୍ୟରେ ପ୍ରଥମ ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ୍‌ ଭାବେ ତାରକା ଓଡ଼ିଆ ସ୍ପ୍ରିଣ୍ଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଜାମାଇକାରେ ସେ କେତେଜଣ ତାରକା ଆଥ୍‌ଲେଟ୍‌ଙ୍କ ସହ ମିଟ୍‌ରେ ଭାଗ ନେଇଛନ୍ତି। ଜାମାଇକା ମହାବିଦ୍ୟାଳୟର ଆଶେନ୍‌ହେମ ଷ୍ଟାଡ଼ିୟମରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟରେ ଶ୍ରାବଣୀ ୧୦୦ମିଟର ଦୌଡ଼ରେ ଏମ୍‌ଭିପି ଟ୍ରାକ୍‌ କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଦ୍ବିତୀୟ ହିଟ୍‌ରେ ୧୧.୭୮ ସେକେଣ୍ଡରେ ୧୦୦ମିଟର ଅତିକ୍ରମ କରିଥିଲେ। ୨୦୧୭ ଏସୀୟ ଦୌଡ଼କୁଦ ଚମ୍ପିଆନସିପ୍‌ର ୪/୧୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଶ୍ରାବଣୀ ଏବେ ଜାମାଇକାରେ ପ୍ରଶିକ୍ଷଣ ନେଉଛନ୍ତି। କରୋନା ମହାମାରୀ ପାଇଁ ସାରା ଦେଶରେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିଥିବାବେଳେ ଶ୍ରାବଣୀ ପ୍ରଥମ ଭାରତୀୟ ଭାବେ ବିଦେଶରେ କରୋନା ମହାମାରୀରେ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି।

Comments are closed.