ଦଇତାପତି ସେବାୟତଙ୍କର ହେବ କରୋନା ପରୀକ୍ଷା

ପୁରୀ : ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସେବାରେ ୧୫୦ ଜଣ ଦଇତାପତି ସେବାୟତ ନିୟୋଜିତ ହେବେ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ଜଣ ସେବକ ରହିବେ, ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଦଇତାପତି ରହିବେ। ସେହିପରି ଦଇତାପତି ସେବାୟତମାନେ ହୋମ୍ କ୍ବାରେଣ୍ଟାଇନରେ ରହିବେ। ଏଥିସହ ଯେଉଁମାନେ ମହାପ୍ରଭୁଙ୍କ ନୀତିରେ ସାମିଲ ହେବେ ସେମାନଙ୍କର କରୋନା ପରୀକ୍ଷା କରାଯିବ। ଆସନ୍ତା ୨୭ ଓ ୨୮ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସେମାନଙ୍କର ସ୍ବାବ ସଂଗ୍ରହ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

Comments are closed.