୨୪ ଘଣ୍ଟାରେ ୫୦ ହଜାର ୬୬୩ ଟେଷ୍ଟ: ରାଜ୍ୟରେ ୨୦ ଲକ୍ଷ ଟପିଲା କରୋନା ନମୁନା ପରୀକ୍ଷା

ଭୁବନେଶ୍ଵର : ରାଜ୍ୟରେ ୨୦ ଲକ୍ଷ ଅତିକ୍ରମ କଲା କରୋନା ନମୁନା ପରୀକ୍ଷା। ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୬୬୩ଟି ନମୁନା ପରୀକ୍ଷା କରାଯାଇଛି। ଏହା ଭିତରେ ୪୩ ହଜାର ୬୪୦ ଆଂଟି ଜେନ ଟେଷ୍ଟ ରହିଥିବାବେଳେ ୬ ହଜାର ୮୯୮ଟି ଆରଟିପିସିଆର ଟେଷ୍ଟ ଓ ୧୨୫ଟି ଟ୍ରୁନାଟ ଟେଷ୍ଟ ରହିଛି। ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୨୦ ଲକ୍ଷ ୪୮ ହଜାର ୮ଟି ନମୁନା ପରୀକ୍ଷା ହୋଇଛି।

Comments are closed.