ରାଜ୍ୟରେ ଦିନକରେ ୬୩ ହଜାରରୁ ଉର୍ଦ୍ଧ୍ବ କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୬୩ ହଜାର ୨୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୨୯୫ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୫୫ ହଜାର ୭୮୦ ଓ ଟ୍ରୁନଟ ପରୀକ୍ଷା ୧୩୪ଟି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.