ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୦ହଜାର ୯୭୯ କରୋନା ଟେଷ୍ଟ

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ ୫୦ ହଜାର ୯୭୯ଟି କରୋନା ଟେଷ୍ଟ କରାଯାଇଛି। ଏହି କରୋନା ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଛି। ସେଥିମଧ୍ୟରୁ ଆର୍‌ଟିପିସିଆର୍ରେ ୭୬୦୭, ଆଣ୍ଟିଜେନ୍‌ରେ ୪୩, ୨୧୩, ଟ୍ରୁନଟ୍‌ ୧୬୦ଟି କରୋନା ଟେଷ୍ଟ ହୋଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ ଗତକାଲି ରାଜ୍ୟରେ ୫୦ ହଜାର ୦୪୪ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଥିଲା। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୨,୫୧୧, ଆରଟିପିସିଆରରେ ୭,୩୪୫ ଓ ଟ୍ରୁନଟ୍‌ରେ ୧୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।
ଗତ ୭ଦିନ ଧରି ଲଗାତାର ଭାବେ ଗୋଟିଏ ଦିନରେ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରୁ ଶହେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏବେ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅପରପକ୍ଷରେ ଖୋର୍ଦ୍ଧା ଓ କଟକ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ କେବଳ ଖୋର୍ଧା କି କଟକ ନୁହେଁ; ରାଜ୍ୟର ଏକାଧିକ ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନଜରକୁ ଆସିଛି।

Comments are closed.