ରେଳ ଷ୍ଟେସନରେ ହେବ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି । ଏଣିକି ବିମାନବନ୍ଦର ପରି ରେଳ ଷ୍ଟେସନରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏପରି ପଦକ୍ଷେପ ନେଇଛି ବିଏମ୍‍ସି । ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ କଟକଣା କଡ଼ାକଡ଼ି କରାଯାଇଛି । ଦୈନିକ ୧୦ ହଜାର ଟେଷ୍ଟିଂ କରାଇବାକୁ ବିଏମସି ଟାର୍ଗେଟ ରଖିଛି । ଟେଷ୍ଟିଂ କରାଇବାକୁ ରେଳ ଷ୍ଟେସନରେ ଏକାଧିକ ଟିମ୍‍ ରହିବେ । ସେପଟେ ଆଜିଠୁ ବିମାନବନ୍ଦରରେ ଯାତ୍ରୀଙ୍କ କରୋନା ଟେଷ୍ଟିଂ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୭ଶହ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୫୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୧୨୪ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୦୯ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Comments are closed.