ରାଜ୍ୟରେ ଦିନକରେ ୫୯ ହଜାର ୪୯୨ କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୫୯ ହଜାର ୪୯୨ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୧୭୨ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୫୨ ହଜାର ୪୯୨ ଓ ଟ୍ରୁନଟ ପରୀକ୍ଷା ୧୨୫ଟି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments
Loading...