ରାଜ୍ୟରେ ଦିନକରେ ୬୦ହଜାରରୁ ଉର୍ଦ୍ଧ୍ବ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୪୯୦ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୫୩ ହଜାର ୨୯୫ ଓ ଟ୍ରୁନଟ ଟେଷ୍ଟ ୧୨୪ଟି ହୋଇଛି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୯ ହଜାର ୨୧୯ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.