ଏସ୍‌ସିବିରୁ ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଲା

କଟକ: କଟକ ଏସ୍‌ସିବି ମେଡିକାଲରୁ ଶୁକ୍ରବାର ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି। ସେ ଭୁବନେଶ୍ୱରର ଏକ ହୋଟେଲରେ ରହିଥିବା ସୂଚନା ମିଳିଛି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଆୟର୍ଲାଣ୍ଡର ନାଗରିକ। ଗୁରୁବାର ରାତିରୁ ସମ୍ପୃକ୍ତ ବ୍ୟକ୍ତି ଏସ୍‌ସିବି ମେଡିକାଲ ପରିସରରୁ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ସୂଚନା ଅନୁସାରେ, ସେ ଭୁବନେଶ୍ଵର ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ଶରୀରର ତାପମାତ୍ରା ଅଧିକ ଥିବାରୁ ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହରେ ତାଙ୍କୁ ଏସସିବି ମେଡିକାଲକୁ ପଠାଯାଇଥିଲା। ଗୁରୁବାର ରାତିରେ ବିମାନବନ୍ଦରରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ ଏସସିବି ମେଡିକାଲକୁ ରେଫର କରାଯାଇଥିଲା। ମାତ୍ର ଏସସିବିରେ ସେ ପହଞ୍ଚିବା ପରେ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ଏସ୍‌ସିବି ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ କରାଯାଇଥିଲା।

Comments are closed.