କମାଣ୍ଡୋ ଜଗିବେ କରୋନା ସଂକ୍ରମଣ

ତିରୁଅନନ୍ତପୁରମ : ସଂକ୍ରମଣ ରୋକିବା ଲାଗି ଏକାଧିକ ସୁପର​‌େ​‌ସ୍ପ୍ରଡର ଥିବା ଏକ ଗ୍ରାମକୁ ସିଲ କରିବା ଲାଗି କମାଣ୍ଡୋ ମୁତୟନ କରିବାକୁ ପଡିଛି। ଯାହାକି ଦେଶରେ ପ୍ରଥମ ଘଟଣା। କେରଳର ତିରୁଅନନ୍ତପୁରମ ଅନ୍ତର୍ଗତ ପୁନ୍ଥୁରା ଗ୍ରାମରେ ଏକାଧିକ କରୋନା ସୁପରସ୍ପ୍ରେଡର ଥିବାରୁ ଗ୍ରାମବାସୀଙ୍କ ଭିତରେ ଭୟ ସଂଚାର ହୋଇଛି। ଏହି ସୁପର‌େ‌ସ୍ପ୍ରଡରମାନଙ୍କୁ କାବୁ କରି ଗ୍ରାମବାସୀଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଏଠାରେ ପୁଲିସ କର୍ମଚାରୀ ଏବଂ ୨୫ ଜଣ ବ୍ଲାକ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଏହି ଗ୍ରାମରେ ପୁଲିସ କାର୍ଯ୍ୟାନୁଷ୍ଠାନର ଏକ ଭିଡିଓ ବୁଧବାର ସାର୍ବଜନୀନ ହୋଇଥିଲା। ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଓ କମାଣ୍ଡୋ ଗାଡ଼ି ପୁନ୍ଥୁର ଗ୍ରାମର ବିଭିନ୍ନ ୱାର୍ଡରେ ଲାଉଡ ସ୍ପିକର ଜରିଆରେ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ଅନାବଶ୍ୟକ ଭାବେ ଘରୁ ବାହାରିଲେ ସେମାନଙ୍କୁ ବଳପୂର୍ବକ କମାଣ୍ଡୋଙ୍କ ଜରିଆରେ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇ ଦିଆଯିବ ବୋଲି ପୁଲିସ କର୍ମଚାରୀ ଘୋଷଣା କରିଥିଲେ। ସୂଚନା ଅନୁସାରେ କୌଣସି ବ୍ୟକ୍ତି ୬ ଜଣରୁ ଅଧିକ ଲୋକଙ୍କୁ ସଂକ୍ରମିତ କଲେ ତାଙ୍କୁ ସୁପର ସ୍ପ୍ରେଡର କୁହାଯାଏ।

Comments are closed.