କରୋନା ପାହାର: ୩.୧କୁ ଖସିଲା ଦେଶର ଆର୍ଥିକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ପାହାରରେ ବଙ୍କା ହୋଇ ଯାଇଛି ଦେଶର ଅର୍ଥନୀତି । ଲକ୍ଡ଼ାଉନ ଦେଶର ଆର୍ଥିକ ବ୍ୟବସ୍ଥାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଦେଶର ଆର୍ଥିକ ଅଭିବୃଦ୍ଧି ଓ ବିକାଶ ଦର ଉଭୟ ହ୍ରାସ ପାଇଛି । ତୃତୀୟ ତୈମାସିକରେ ଅଭିବୃଦ୍ଧି ହାର ୪.୭ ପ୍ରତିଶତ ରହିଥିଲା । ସେତେବେଳେ ଆର୍ଥିକ ବର୍ଷରେ ବିକାଶ ଦର ଖସିବ ବୋଲି ଆକଳନ କରାଯାଇଥିଲା । ଏବେ ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ (ଜାନୁଆରୀ-ମାର୍ଚ୍ଚ) ଜିଡିପି ୩.୧ ପ୍ରତିଶତକୁ ହ୍ରାସ ପାଇଛି ଏବଂ ଆର୍ଥିକ ବର୍ଷରେ ବିକାଶ ଦର ୪.୨%କୁ ଖସିଛି ।

Downward growth arrow 3d rupee symbol sign. Economic recession concept Indian currency sign.

ଟ୍ରେଡ଼, ହୋଟେଲ, ଟ୍ରାନ୍ସପୋର୍ଟ, ଟେଲିକମ୍ ଅଭିବୃଦ୍ଧି ୨.୬%, ଅର୍ଥନୈତିକ ବିକାଶ ଦର ୨.୪%

ଉତ୍ପାଦନ ଓ ଉତ୍ପାଦକତା ଅଭିବୃଦ୍ଧି ୦.୦%, ୨୦୧୯ ଆର୍ଥିକ ବର୍ଷରେ ଏହା ୫.୭% ରହିଥିଲା 

 

ଗ୍ରସ୍ ଭ୍ୟାଲୁ ଆଡେଡର ରିପୋର୍ଟ ଅନୁସାରେ ଚତୁର୍ଥ ତ୍ରୈମାସିକରେ ଦେଶର ଅର୍ଥ ବ୍ୟବସ୍ଥା ୩% ଅନୁସାରେ ବିକଶିତ ହୋଇଛି । ଯେତେବେଳେ କି ତୃତୀୟ ତ୍ରୈମାସିକରେ ବିକାଶ ଦର ୪.୫% ଥିଲା । ଅନ୍ୟପକ୍ଷରେ ଡ଼ିପିଆଇଆଇଟି ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ଶିଳ୍ପ ଆଉଟପୁଟ୍ ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ । ମାର୍ଚ୍ଚ ମାସରେ ୮ଟି ପ୍ରମୁଖ ସେକ୍ଟରରେ ଉତ୍ପାଦନ  ୯% କମିଥିବାବେଳେ ଏପ୍ରିଲରେ ଏହା   ୩୮.୧୦ % ହ୍ରାସ ପାଇଛି ।  ଏହି ୮ ସେକ୍ଟର ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ୍ ଇଣ୍ଡେକ୍ସରେ ୪୦ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଥାନ୍ତି । ଗତ ୨ ମାସ ହେଲା ଲକଡାଉନ୍ ଯୋଗୁଁ ଏହା ଖସିବାରେ ଲାଗିଛି । ଫେବ୍ରୁଆରୀ ମାସରେ ଏହା ୭.୧ ପ୍ରତିଶତ ଥିଲା । ସାରା ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ୍ ଲାଗୁ ହୋଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସିକର ସପ୍ତାହେ ପୂର୍ବରୁ ଲକଡାଉନ୍ ଲାଗୁ ହୋଇଥିଲା ।

Comments are closed.