ବଢିଚାଲିଛି ସଂକ୍ରମଣ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୧,୨୪୬ରେ ପହଞ୍ଚିଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ଆଉ ନୂଆ ୭୮,୫୧୨ ସଂକ୍ରମିତ ଚିହ୍ନଟ ସହ ସୋମବାର ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୧,୨୪୬ରେ ପହଞ୍ଚିଛି । ଅନ୍ୟ ପକ୍ଷରେ ଗୋଟିଏ ଦିନରେ ୯୭୧ ଜଣଙ୍କର ମୃତ୍ୟୁ ପରେ  ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪,୪୬୯କୁ ବୃଦ୍ଧି ପାଇଛି। ତେବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୮୧,୯୭୫ରେ ପହଞ୍ଚିଛି। ସେହିପରି ଦେଶରେ କୋଭିଡ ଆରୋଗ୍ୟ ସଂଖ୍ୟା ୨୭,୭୪,୮୦୧କୁ ବୃଦ୍ଧି ପାଇଛି।

Comments are closed.