ଶ୍ରୀଲଙ୍କାରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: ଶ୍ରୀଲଙ୍କାରେ ଆଉ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି। ଗତକାଲି ସେଠାରେ ଦୁଇ ମାସ ମଧ୍ୟରେ ସର୍ବାଧିକ ୨୧ ଜଣଙ୍କଠାରେ ଏହି ସଂକ୍ରମଣ ପଜିଟିଭ୍‍ ଥିବା ଚିହ୍ନଟ ହୋଇଛି। ଏଥିରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ତିନି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୋଟ୍‍ ୨୩୧ ଜଣଙ୍କୁ ସେଠାକାର ବିଭିନ୍ନ ହସ୍ପିଟାଲରେ ନିରୀକ୍ଷଣରେ ରଖାଯାଇଛି।

ଶ୍ରୀଲଙ୍କା ସରକାର ପକ୍ଷରୁ କୁହାଯାଇଛି, ଗତ ମାସ ୨୦ ତାରିଖରୁ ଦେଶବ୍ୟାପୀ କର୍ଫ୍ୟୁ ବଳବତ୍ତର ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଅନ୍ୟ ପକ୍ଷରେ ଶ୍ରୀଲଙ୍କାରେ ରହୁଥିବା ବିଦେଶୀମାନଙ୍କ ସମସ୍ତ ପ୍ରକାରର ଭିସା ମିଆଦକୁ ମେ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖରୁ ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ସମସ୍ତ ଯାତ୍ରୀ ବିମାନ ସେବା ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଶ୍ରୀଲଙ୍କା ମଧ୍ୟକୁ ଉଡ଼ାଣ କରୁଥିବା ସମସ୍ତ ଯାତ୍ରୀବାହି ବିମାନ ସେବାକୁ ସେଠାକାର ସରକାର ବାତିଲ କରିଥିଲେ।

ଇତିମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନୁରୋଧ କରି କହିଛନ୍ତି, କୋଭିଡ୍‍- ୧୯ର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ପାଣ୍ଠି ଗଠନ କରାଯାଉ ଏବଂ ଏହି ମହାମାରୀରେ ପ୍ରଭାବିତ ହୋଇଥିବା ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଅନ୍ୟ ରାଷ୍ଟ୍ରମାନେ ସାହାଯ୍ୟ କରନ୍ତୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ସହ ଟେଲିଫୋନ୍‍ ଯୋଗେ ରାଷ୍ଟ୍ରପତି ଏହି ବିଷୟରେ ଆଲୋଚନା କରିବା ସହ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଦାବି କରିଛନ୍ତି।

Comments are closed.