ଆଉ ଦୁଇ ନୂଆ ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟର ୨୬ ଜିଲ୍ଲାରୁ ଚିହ୍ନଟ ହେଲେଣି କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରୁ ୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି । ଏଥି ସହ ଆଜି ରାଜ୍ୟରେ ୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ନୂଆ ଜିଲ୍ଲା ନବରଙ୍ଗପୁରରୁ ଜଣେ ଓ ଗଜପତି ଜିଲ୍ଳାରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ପୂର୍ବରୁ ରାଜ୍ୟର ୨୪ ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ଆଜି ନବରଙ୍ଗପୁର ଓ ଗଜପତି ଜିଲ୍ଲା ଏହି ତାଲିକାରେ ସାମିଲ ହୋଇଛନ୍ତି । ଯାହା ଫଳରେ ବର୍ତ୍ତମାନ ରାଜ୍ୟର ୨୬ ଟି ଜିଲ୍ଲା କରୋନା କବଳିତ ହୋଇଛି ।

 

Comments are closed.