କରୋନା ମୁକାବିଲା ପାଇଁ କଟକ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ

ଭୁବନେଶ୍ବର: କଟକର ବସ୍ତି ଅଞ୍ଚଳରେ ସିଏମ୍‌ସି ପକ୍ଷରୁ ଗୋଟିଏ ମହିଳା ଆରୋଗ୍ୟ ସମିତି ଗଠନ କରିଛନ୍ତି। ଏହି ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ସକ୍ରିୟ ମହିଳା ସଦସ୍ୟ ରହିଛନ୍ତି ଯେଉଁମାନେ କରୋନା ସଚେତନତା ସୃଷ୍ଟି କରୁଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଏବଂ ଘରକୁ ଘର ବୁଲି କରୋନା ଖୋଜିବାରେ ସହାୟତା କରୁଛନ୍ତି। ଏହାଦ୍ବାରା ଆରମ୍ଭରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରୁଛି ଏବଂ ସେହି ଅଞ୍ଚଳରେ କ’ଣ ପଦକ୍ଷେପ ନିଆଯାଇ ପାରିବ ତାହା ଜଣାପଡୁଛି। ସତର୍କତା ଓ ସଚେତନତା ରଖିବାକୁ ପଡିବ। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବ। ଅଶ୍ବିନି ହସ୍‌ପିଟାଲ୍‌ ଏବଂ ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ରିସର୍ଚ୍ଚରେ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ତଥା କଟକର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ୍ ଗର୍ଗ ସୂଚନା ଦେଇଛନ୍ତି।

Comments are closed.