ସତର୍କ ରୁହନ୍ତୁ, ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ କରୋନା : ସୁବ୍ରତ ବାଗଚୀ

ଭୁବନେଶ୍ବର : କରୋନା ଭାଇରସ ସମଗ୍ର ବିଶ୍ବରେ ଭୟଙ୍କର ସ୍ଥିତି ସୃଷ୍ଟି କରିଚାଲିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ ୧୭ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ମୃତ୍ୟୁ ବରଣ କରିସାରିଥିବା ବେଳେ ୩ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଭାରତରେ ବତ୍ତର୍ମାନ ସୁଦ୍ଧା ୫୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ ଏପରି ପରିସ୍ଥିତିରେ ମହାମାରୀ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପ୍ରତିଷେଧକ ମୂଳକ ବ୍ୟବସ୍ଥାମାନ ଗ୍ରହଣ କରୁଛନ୍ତି। ସମଗ୍ର ଭାରତକୁ ଲକ୍ ଡାଉନ ଘୋଷଣା କରାଯାଇଛି। ଓଡିଶାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ମଧ୍ୟ ପ୍ରତିଷେଧକ ମୂଳକ ଭାବେ ଓଡିଶାର ସମସ୍ତ ୩୦ ଜିଲାକୁ ଲକ୍ ଡାଉନ ଘୋଷଣା କରିଛନ୍ତି କିନ୍ତୁ ଏହାରି ମଧ୍ୟରେ ଦେଖାଯାଉଛି ଲୋକମାନେ ସରକାରଙ୍କ ଲକ୍ ଡାଉନକୁ ମାନୁ ନାହାନ୍ତି। ଲୋକମାନେ ଲକ୍ ଡାଉନ୍ ସମୟରେ ମଧ୍ୟ ଦଳ ଦଳ ହୋଇ ବାହାରେ ବୁଲୁଛନ୍ତି। ଲୋକମାନେ ବୁଝିବା ଆବଶ୍ୟକ ସରକାର ଆପଣମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।

ଯଦି ଆପଣମାନେ ମହାମାରୀ କରୋନ ପାଇଁ ସରକାର ନେଇଥିବା ନିଷ୍କତ୍ତିକୁ ପାଳନ ନକରନ୍ତି ତେବେ ଆଗକୁ ସୃଷ୍ଟି ହେବାକୁ ଥିବା ଭୟାବହ ସ୍ଥିତିକୁ ଆପଣ ହାତଠାରି ଡାକୁଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି କରୋନା ଆଗକୁ ଭୟଙ୍କର ରୂପନେଇ ମାଡି ଆସୁଛି। ମେ ୩୧ ସୁଦ୍ଧା ଭାରତରେ ଭୟଙ୍କ ସ୍ଥିତିରେ ଥିବ କରୋନା । ଆକଳନ କରାଯାଇଛି ମେ ୩୧ ସୁଦ୍ଧା ଭାରତ ଭଳି ଉପମହାଦେଶରେ ୫୮ ହଜାର ରୁ ଉର୍ଧ୍ବ କରୋନା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ବାସଯୋଗ୍ୟ ଆକଳନ ଅନୁସାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭାରତୀୟ ଆକ୍ରାନ୍ତ ହୋଇପାରନ୍ତି। ମଇ ୩୧ ସୁଦ୍ଧା ଓଡିଶାରେ ଅତିକମ୍ ରେ ୨୩୪୫ ଓ ବେଶୀ ହେଲେ ୩୬ ହଜାର ରୁ  ଆକ୍ରାନ୍ତ ହୋଇପାରନ୍ତି, ଏଣୁ କରୋନା ରୋକିବାକୁ ନିଆଯାଉଥିବା ପଦକ୍ଷେପକୁ ସମସ୍ତେ ପାଳନ କରିବା ଆବଶ୍ୟକ।

ଲକ୍ ଡାଉନ୍ ପିଲାଖେଳ ନୁହେଁ, ଲୋକ ଗୁରୁତର ସହ ନେଉନାହାନ୍ତି, ମନେରଖନ୍ତୁ କରୋନା ଆମକୁ ରାସ୍ତାରେ ଖୋଜୁଛି। ୧୦୪ ଯୋଗେ ଓଡିଶାରେ ୩୮୬୧ ଜଣ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣଙ୍କ ଠାର କରୋନା ଭାଇରସ ଲକ୍ଷଣ ପ୍ରକାଶ ପାଇଛି । ଡରନ୍ତୁ ନାହିଁ ଏହି କଥା ଆମେ କହୁନାହୁଁ ଏ କଥା ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ରାଜ୍ୟ ବାସୀଙ୍କୁ ଚେତାଇ ଦେଇଛନ୍ତି।ଆଦି ଦିନ ୧୨ ସୁଦ୍ଧା ୧୧୦ଟି ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ କେବଳ ସେହି ପୂର୍ବରୁ ୨ଟି ପଜିଟିଭ୍ ରହିଛି । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣ ଏବେ ଆଇସୋଲେସନରେ ରହିଛନ୍ତି ।

Comments are closed.