ଭୁବନେଶ୍ୱରରେ କରୋନା ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର :  ରାଜ୍ୟରେ ସଂକ୍ରମଣ କମୁଛି, ବଢୁଛି । କିନ୍ତୁ ସ୍ଥିତି ଉଦବେଗଜନକ ନୁହେଁ କି ପଜିଟିଭ୍ ରେଟ୍ ଉଦବେଗଜନକ ନୁହେଁ। ତେବେ ଭୁବନେଶ୍ୱର ପାଇଁ ସ୍ଥିତି ଚିନ୍ତାଜନକ । ଜଣେ ସଂକ୍ରମିତ ହେଲେ ଅନ୍ୟକୁ ସଂକ୍ରମିତ କରିବା ପାଇଁ ୭ ଦିନ ଲାଗୁଛି । ତିନି ମାସ ହେଲା ସଂକ୍ରମଣ ତଳ ଉପର ହେଉଛି । ଖୋର୍ଦ୍ଧା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜିଲ୍ଲା ସବୁଜ ଜୋନରେ ଅଛି । କେବଳ ଖୋର୍ଦ୍ଧା ରେଡ୍ ଜୋନରେ ଥିଲା । ଆଜି ୟେଲୋ ଜୋନରେ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ କହିଛନ୍ତି ଯେ ଭୁବନେଶ୍ୱରରେ ମେଡିକାଲ ଆଡମିସନ କମ୍ ଅଛି । ସର୍ଭିଲାନ୍ସ ହେଉଛି । ଲୋକେ କଟକଣା ମାନନ୍ତୁ ଆଉ ଏବେ ପର୍ଯ୍ୟନ୍ତ ଯେଉଁମାନେ ଟିକା ନେଇ ନାହାନ୍ତି ଶୀଘ୍ର ଟିକା ନେଇ ଯାଆନ୍ତୁ । ସବୁବେଳେ ସବୁସ୍ଥାନରେ ଲେକଙ୍କୁ ଜଗି ହେବନି । ଏଣୁ ଲୋକେ ନିଜେ ସଚେତନ ହେବା ଦରକାର ଓ ଗାଇଡଲାଇନ ମାନିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.