ଷ୍ଟେଟ ବ୍ୟାଙ୍କରେ କୋଭିଡ ନିୟମ ଉଲ୍ଲଂଘନ; ଗ୍ରାହଙ୍କ ଅସମ୍ଭବ ଭିଡ, ରହୁନି ସାମାଜିକ ଦୂରତା

ହରଭଙ୍ଗା : ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଏସ.ଓ.ପି ଜାରି କରାଯାଇଛି। ଏହି ନିୟମକୁ ସମସ୍ତେ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମାରେ ଥିବା ଚାରିଛକ ଷ୍ଟେଟ ବ୍ୟାଙ୍କରେ ସୋମବାର କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଘଟଣା ନଜରକୁ ଆସିଛି। ଯାହାଫଳରେ ବ୍ୟାଙ୍କରେ କାରବାର ସମୟରେ ଭିତରେ ଗ୍ରାହଙ୍କ ଅସମ୍ଭବ ଭିଡ ଜମୁଥିବାବେଳେ ସାମାଜିକ ଦୂରତା ନିୟମକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାହକମାନେ ପୂର୍ବପରି କାଉଂଟର ଆଗରେ ଅସମ୍ଭବ ଭିଡ ଜମଉଥିବାବେଳେ ବ୍ୟାଙ୍କ କତୃପକ୍ଷ ଏଥିପ୍ରତି ଆଖିବୁଜିଦେବା ପରୋକ୍ଷରେ କୋରୋନା ସଂକ୍ରମଣଙ୍କୁ ଆମନ୍ତ୍ରଣ କଲାଭଳି ଦୃଶ୍ୟ ନଜରକୁ ଆସିଛି। ଏଭଳି ଏକ କଠିନ ପରିସ୍ଥିତିରେ କରୋନା ନିୟମକୁ ବ୍ୟାଙ୍କ ପକ୍ଷରୁ ଆଦୌ ପାଳନ କରାଯାଉନଥିବା ଉପରେ ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି। ସମସ୍ତଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ସହ ବ୍ୟାଙ୍କ କତୃପକ୍ଷଙ୍କ ଢିଲା କଟକଣା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି। ଏ ସଂର୍ପକରେ ଚାରିଛକ ଷ୍ଟେଟ ବ୍ୟାଙ୍କ ଶାଖାପରିଚାଳକ ଦୀପକ କୁମାର ପାତ୍ରଙ୍କୁ ପଚାରିବାରୁ ତିନିଦିନ ବ୍ୟାଙ୍କ ବନ୍ଦଥିଲା। ଯାହାଫଳରେ ସୋମବାର ବ୍ୟାଙ୍କରେ ପ୍ରବଳ ଭିଡଥିଲା। ସୁରକ୍ଷାକର୍ମଚାରୀ ଛୁଟିରେ ଥିବାରୁ ଯେତେ କହିବା ସତ୍ୱେ ବି ଗ୍ରାହକମାନେ କାହାରି କଥା ଶୁଣୁନଥିବା ସେ କହିଛନ୍ତି। ଆମେ ଏଥିପ୍ରତି ଦୃଷ୍ଟିଦେବୁ ବୋଲି ସେ କହିଥିଲେ।

Comments are closed.