ସତ୍ୟବାଦୀ ବ୍ଲକରେ ଆଉ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଧିରେ ଧିରେ ଏହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା​‌ରେ ଲାଗିଛି। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ଉଦବେଗ ପ୍ରକାଶ ପାଇଛି। ରାୟଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସୁଆଁଲୋ ଗ୍ରାମର ଜନୈକ ୨୫ ବର୍ଷ ବୟସ୍କ ଯୁବକ ନିକଟରେ ନୟାଗଡରୁ ଫେରିଥିଲେ। ଗତ ତା ୨୦ ଜୁଲାଇରେ ସେ ସାକ୍ଷୀଗୋପାଳ ଡାକ୍ତରଖାନାରେ କରୋନା ପରୀକ୍ଷା କରିଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ପୁରୀ କୋଭିଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।
ଫେରିବା ପରେ ଯୁବକ ଜଣକ ଗାଁକୁ ନ ଯାଇ ସତ୍ୟବାଦୀ ବ୍ଲକ ଛକ ନିକଟସ୍ଥ ବାଟ ମହାବୀର କଲୋନୀରେ ରହିଥିଲେ। ପ୍ରଶାସନ ତରଫରୁ ସେ ରହୁଥିବା ଗଳିଟିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସିଲ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ ଆରମ୍ଭ ହୋଇଛି।

Comments are closed.