ବେଜିଂକୁ ଫେରିଲା କରୋନା ; ଜରୁରୀ ପରିସ୍ଥିତି ଜାରି

ବେଜିଂ : ଚୀନ୍‌କୁ ଫେରିଛି କରୋନା। ଏହାର ମୁକାବିଲା ପାଇଁ ବେଜିଂ ଜିଲାରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସ୍ଥାନୀୟ ସିନ୍‌ଫାଦି ହୋଲ୍‌ସେଲ୍‌ ବଜାର ଓ ଜିଙ୍ଗ୍‌ସେନ୍‌ ସାମୁଦ୍ରିକ ଖାଦ୍ୟ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସମସ୍ତ ଖେଳ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯିବା ସହ ସମ୍ପୂର୍ଣ୍ଣ ତାଲାବନ୍ଦ କାର୍ଯ୍ୟକାରୀ ହୋଇଛି। ହୋଲ୍‌ସେଲ୍‌ ମାର୍କେଟ ଅଞ୍ଚଳରେ ୫୧୭ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିବାବେଳେ ଶନିବାର ସେମାନଙ୍କ ମଧ୍ୟରୁ ୪୫ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଶୁକ୍ରବାର ବେଜିଂରେ ୬ ସ୍ଥାନୀୟ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ମୋଟ ୧୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ସଂକ୍ରମିତମାନେ ସିନ୍‌ଫାଦି ବଜାର ଯାଇଥିବାବେଳେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ଉକ୍ତ ବଜାରରୁ ସମସ୍ତ ମାଂସ ରପ୍ତାନି ବନ୍ଦ ରଖାଯାଇଛି। ନିକଟସ୍ଥ ପରିବା ବଜାରକୁ ମଧ୍ୟ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ବଜାର ଅଞ୍ଚଳର ସମସ୍ତଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସୋମବାର ଶିକ୍ଷାନୁଷ୍ଠାନ ଖୋଲିବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି।

Comments are closed.