ମାନୁ ନାହାନ୍ତି କରୋନା କଟକଣା: ୧୧ ମାମଲା ରୁଜ୍ଜୁ, ୭୯୫ ଜଣଙ୍କୁ ଜୋରିମାନା

ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା କଟକଣା ଲଙ୍ଘନ ମାମଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ଟି ମାମଲା ରୁଜ୍ଜୁ କରାଯାଇଛି। ଏଥିରେ ୯ଟି ମାମଲା ଲକଡାଉନ ସମ୍ପର୍କିତ ହୋଇଥିବା ବେଳେ ୨ଟି ଅନ୍ୟ ମାମଲା ରହିଛି।

ଅନ୍ୟ ପକ୍ଷରେ ମାସ୍କ ପିନ୍ଧି ନ ଥିବାରୁ ୩୪୪ ଜଣଙ୍କ ଠାରୁ ପୁଲିସ ଜୋରିମାନା ଆଦାୟ କରିଛି। କଟକରେ ମାସ୍କ ନ ପିନ୍ଧିଥିବାରୁ ୧୫୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ବ୍ରହ୍ମପୁରରୁ ୧୮୮ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ସେହିଭଳି ସାମାଜିକ ଦୂରତ୍ୱ ନିୟମ ଲଙ୍ଘନ ମାମଲାରେ ପୁଲିସ ୪୫୧ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି।

Comments
Loading...