ରାଜ୍ୟରେ ସୁସ୍ଥ ହେଲେ ଆଉ ୨ହଜାର ୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ସୋମବାର ଆଉ ୨ହଜାର ୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୫୭୫ରେ ପହଞ୍ଚିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ କଟକ ଜିଲ୍ଲାରୁ ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡରୁ ୧୫୪, ବାଲେଶ୍ଵରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡରୁ ୧୦୦, ଯାଜପୁରରୁ ୯୫, କେନ୍ଦ୍ରାପଡାରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫, ମାଲକାନଗିରିରୁ ୬୯, କେନ୍ଦୁଝରରୁ ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡାରୁ ୪୬, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୦, ନୟାଗଡରୁ ୪୦, ବୌଦ୍ଧରୁ ୨୪, ରାୟଗଡାରୁ ୨୦, ଗଞ୍ଜାମରୁ ୧୮, ଦେବଗଡରୁ ୧୭ ଓ ଗଜପତିରୁ ୬ ଜଣ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି।

Comments are closed.