ଦେଶରେ କରୋନା ସଂକ୍ରମିତ ଆରୋଗ୍ୟ ହାର ୪୭.୭୫ ପ୍ରତିଶତ, ୨୪ ଘଣ୍ଟାରେ ୪,୬୧୪ ସୁସ୍ଥ

ସମାଜ ପୋର୍ଟାଲ ଡେସ୍କ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କରୋନା ଭାଇରସରେ ଆକ୍ରାନ୍ତ ମୋଟ ୮୬ ହଜାର ୯୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଦେଶରେ କରୋନା ସଂକ୍ରମଣ ଆରୋଗ୍ୟ ହାର ୪୭.୭୫ ପ୍ରତିଶତରେ ପହଞ୍ଚିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଚାରି ହଜାର ୬୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ସେହି ସମୟ ମଧ୍ୟରେ ଆଠ ହଜାର ୩୮୦ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ମୋଟ ଏକ ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଛି। ଭାରତରେ କୋଭିଡ -୧୯ ମହାମାରୀ ଆରମ୍ଭ ହେବା ପରଠାରୁ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ପାଞ୍ଚ ହଜାର ୧୬୪ରେ ପହଞ୍ଚିଛି।

Comments are closed.