ଦେଶରେ କରୋନା ଆରୋଗ୍ୟ ହାର ୯୬.୪୨%କୁ ବୃଦ୍ଧି

ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୬.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୭୫ ହଜାର ୯୫୦ରେ ପହଂଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୧୪ ପ୍ରତିଶତ ରହିଛି। ବର୍ତ୍ତମାନ ଦେଶର ମୋଟ୍‍ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୩ ହଜାର ୩୩୫ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୬୪୫ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧ କୋଟି ୪ ଲକ୍ଷ ୫୦ ହଜାର ୨୮୪କୁ ବୃଦ୍ଧି ପାଇଛି।

ଅନ୍ୟ ପକ୍ଷରେ ଦେଶରେ କୋଭିଡ୍‍ ମୃତ୍ୟୁହାର ୧ ଦଶମିକ ୪/୪ ପ୍ରତିଶତ ରହିଛି, ଯାହାକି ସମଗ୍ର ବିଶ୍ୱରେ ସବୁଠାରୁ କମ୍‍। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୧ ଜଣ ଏହି ରୋଗରେ ପ୍ରାଣ ହରାଇବା ଫଳରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୦ ହଜାର ୯୯୯କୁ ବୃଦ୍ଧି ପାଇଛି। ଆଇ.ସି.ଏମ୍‍.ଆର୍‍. ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୪୩ ହଜାର ୩୦୭ଟି ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ୧୮ କୋଟି ୧୦ ଲକ୍ଷ ୯୬ ହଜାର ୬୨୨ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି।

Comments are closed.