ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୫୦୧୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୮୫୪୧୪କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୫୦୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୮୫୪୧୪କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୯୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୫୧୨, ନବରଙ୍ଗପୁର ୪୦୫, ନୂଆପଡ଼ା ୩୩୯, ବରଗଡ଼ ୩୨୨, କଟକ ୨୯୩, ପୁରୀ ୨୮୫, ଝାରସୁଗଡ଼ା ୨୪୩, ବଲାଙ୍ଗିର ୨୨୪, ସମ୍ବଲପୁର ୧୭୨, ଯାଜପୁର ୧୪୭, ଷ୍ଟେଟ୍‌ପୁଲ ୧୪୫, କେନ୍ଦୁଝର ୧୪୦, ମୟୂରଭଞ୍ଜ ୧୩୬, ବାଲେଶ୍ବର ୧୩୫, ଗଞ୍ଜାମ ୮୮, କଳାହାଣ୍ଡି ୭୮, ଭଦ୍ରକ ୭୩, ନୟାଗଡ଼ ୭୦, ରାୟଗଡ଼ା ୬୬, ଗଜପତି ୬୫, ସୋନପୁର ୬୫, ଅନୁଗୁଳ ୬୧, ଜଗତସିଂହପୁର ୫୯, କେନ୍ଦ୍ରାପଡ଼ା ୪୮, କୋରାପୁଟ ୪୮, କନ୍ଧମାଳ ୩୦, ଦେବଗଡ଼ ୨୨, ମାଲକାନଗିରି ୨୦, ଢେଙ୍କାନାଳ ୧୬ ଓ ବୌଦ୍ଧ ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.