ଆଜି ରାଜ୍ୟରେ ସୁସ୍ଥ ହେଲେ ୭୩୭ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୮୮୩୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୩ ଓ ସୁନ୍ଦରଗଡ଼ରୁ ୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ସେହିପରି ମୟୂରଭଞ୍ଜ ୫୩, ଅନୁଗୁଳ ୪୪, ଜଗତସିଂହପୁର ୪୦, କଟକ ୩୯, ନବରଙ୍ଗପୁର ୩୭, ନୂଆପଡ଼ା ୩୬, ଝାରସୁଗୁଡ଼ା ୩୩, କେନ୍ଦୁଝର ୩୨, ପୁରୀ ୩୨, ବଲାଙ୍ଗିର ୩୦, କେନ୍ଦ୍ରାପଡ଼ା ୩୦, ଢେଙ୍କାନାଳ ୨୦, ଗଞ୍ଜାମ ୧୬, ଭଦ୍ରକ ୧୫, କଳାହାଣ୍ଡି ୧୫, ବରଗଡ଼ ୧୪, ଯାଜପୁର ୧୪, ସମ୍ବଲପୁର ୧୪, ବାଲେଶ୍ବର ୧୩, କୋରାପୁଟ ୧୧, ମାଲକାନଗିରି ୯, ରାୟଗଡ଼ା ୭, ସୋନପୁର ୭, ନୟାଗଡ଼ ୬, ଦେବଗଡ଼, ଗଜପତି ୪, କନ୍ଧମାଳ ୪, ବୌଦ୍ଧ ୨ ଏବଂ ଷ୍ଟେଟ୍‌ପୁଲରୁ ୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଆଜି ସୁଦ୍ଧା ୩୦୮୮୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.