ରାଜ୍ୟରେ ଆଜି ସୁସ୍ଥ ହେଲେ ୬୦ଜଣ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟ ୩୩୬୨୬୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ୩୩୬୨୬୬କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ା ୯, ମୟୂରଭଞ୍ଜ ୮, ଯାଜପୁର ୬, ବାଲେଶ୍ବର ୫, ଖୋର୍ଦ୍ଧା ୫, ସମ୍ବଲପୁର ୫, ବରଗଡ଼ ୪, ସୁନ୍ଦରଗଡ଼ ୪, ଗଞ୍ଜମା ୩, ଦେବଗଡ଼ ୩, ପୁରୀ ୨ ଓ ଷ୍ଟେଟ୍‌ପୁଲ ୨ ସମେତ କଟକ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୮,୩୫,୫୫୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୯,୦୭୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩,୩୬, ୨୦୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୯୧୯ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୮୯୮ ରହିଛି । ୮୯୮ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି।

Comments are closed.