ଆଜି ରାଜ୍ୟରେ ସୁସ୍ଥ ହେଲେ ୨୩୦ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ୩୨୯୩୧୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୩୨୯୩୧୮କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ ୨୬, ବଲାଙ୍ଗିର ୨୬, ଝାରସୁଗୁଡ଼ା ୧୮, ବରଗଡ଼ ୧୭, କଟକ ୧୫, ସମ୍ବଲପୁର ୧୪, ଯାଜପୁର ୧୨, ଖୋର୍ଦ୍ଧା ୧୧, ବାଲେଶ୍ବର ୧୦, ମୟୂରଭଞ୍ଜ ୯, କେନ୍ଦ୍ରାପଡ଼ା ୬, ପୁରୀ ୬, ଗଜପତି ୫, ନୂଆପଡ଼ା ୫, ମାଲକାନଗିରି ୪, ସୋନପୁର ୪, ଗଞ୍ଜାମ ୩, ଭଦ୍ରକ ୨, ବୌଦ୍ଧ ୨, ଜଗତସିଂହପୁର ୨, ରାୟଗଡ଼ାରୁ ଜଣେ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.