ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୬ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୩୨୯୦୮୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରୁ ମୋଟ ୨୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୨୯୦୮୮ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇ କୁହାଯାଇଛି ଯେ ଆଜି ରାଜ୍ୟର ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲାର ୪୦ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ ୨୫, ଅନୁଗୁଳ ୨୦, କଟକ ୧୭, ସମ୍ବଲପୁର ୧୪, ଝାରସୁଗୁଡ଼ା ୧୨, ଖୋର୍ଦ୍ଧା ୧୦, ପୁରୀ ୧୦, କେନ୍ଦ୍ରାପଡ଼ା ୯, ମୟୁରଭଞ୍ଜ ୯, ବାଲେଶ୍ବର ୮, କେନ୍ଦୁଝର ୭, ଯାଜପୁର ୬, ଭଦ୍ରକ ୫, ଜଗତସିଂହପୁର ୪, ନୂଆପଡ଼ା ୪, ଦେବଗଡ଼ ୩, ଢ଼େଙ୍କାନାଳ ୨, ଗଞ୍ଜାମ ୨ ଓ ସୁବର୍ଣ୍ଣପୁର ୨, ଷ୍ଟେଟ୍‌ପୁଲ ୩ ସମେତ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.