ଆଜି ରାଜ୍ୟରେ ପୁଣି ୨୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ସଂଖ୍ୟା ୩୨୮୦୪୩କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ପୁଣି ୨୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟାକୁ ମିଶାଇ ଓଡ଼ିଶାରେ ଆରୋଗ୍ୟ ସଂଖ୍ୟା ୩୨୮୦୪୩କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ୩୫, ସୁନ୍ଦରଗଡ଼ ୩୧, ଖୋର୍ଦ୍ଧା ୨୦, ଅନୁଗୁଳ ୧୮, ବଲାଙ୍ଗିର ୧୭, କଟକ ୧୫, ବରଗଡ଼ ୧୪, ଯାଜପୁର ୧୪, ଝାରସୁଗୁଡ଼ା ୧୦, କେଉଁଝର ୧୦, କେନ୍ଦ୍ରାପଡ଼ାା ୯, ପୁରୀ ୯, ପୁରୀ ୯, ବାଲେଶ୍ଵର ୫, ଗଞ୍ଜାମ ୪, ମୟୂରଭଞ୍ଜ ୪, ନୂଆପଡ଼ା ୪, ଭଦ୍ରକ ୩, କଳାହାଣ୍ଡି ୩, ଗଜପତି ୨, ରାୟଗନା ୨, ଷ୍ଟେଟପୁଲ ୫ ସମେତ ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, ସୋନପୁର ଆଦିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.