ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୪୨ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୭୪୧୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୪୪୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୁଳ ୫୩, ସୁନ୍ଦରଗଡ଼ ୪୩, ଖୋର୍ଦ୍ଧା ୩୩, ରାୟଗଡ଼ା ୩୩, ମୟୂରଭଞ୍ଜ ୩୦, ଯାଜପୁର ୨୯, କେନ୍ଦୁଝର ୨୮, କଟକ ୨୫, କେନ୍ଦ୍ରାପଡ଼ା ୧୯, ନୂଆପଡ଼ା ୧୯, ବାଲେଶ୍ବର ୧୮, ସମ୍ବଲପୁର ୧୬, ଜଗତସିଂହପୁର ୧୩, କଳାହାଣ୍ଡି ୧୩, ପୁରୀ ୧୧, ବରଗଡ଼ ୭, ଗଞ୍ଜାମ ୭, ବୌଦ୍ଧ ୫, ଝାରସୁଗୁଡ଼ା ୫, ଭଦ୍ରକ ୪, ବଲାଙ୍ଗିର ୪, ଢେଙ୍କାନାଳ ୪, କୋରାପୁଟ ୪, ସୋନପୁର ୪, ଦେବଗଡ଼ ୩, କନ୍ଧମାଳ ୨, ନବରଙ୍ଗପୁର ୨, ମାଲକାନ୍‌ଗିରି ୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ସମସ୍ତଙ୍କୁ ଆଜି ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସୁସ୍ଥ ସଂଖ୍ୟା ୩୧୭୪୧୨କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.