ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୬୭୯ଜଣ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୮୦୪୦୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୪୬୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୮୦୪୦୦କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୬୭୩, ନୂଆପଡ଼ା ୪୨୬, ଝାରସୁଗୁଡ଼ା ୩୦୩, ବଲାଙ୍ଗିର ୨୨୯, ପୁରୀ ୨୨୪, ବରଗଡ଼ ୧୯୪, ସମ୍ବଲପୁର ୧୮୨, କଟକ ୧୭୦, କଳାହାଣ୍ଡି ୧୬୬, ଷ୍ଟେଟ୍‌ପୁଲ ୧୬୦, ଗଞ୍ଜାମ ୧୫୪, ବାଲେଶ୍ବର ୧୨୩, ରାୟଗଡ଼ା ୧୦୪, ମୟୂରଭଞ୍ଜ ୭୭, ନୟାଗଡ଼ ୬୯, ଯାଜପୁର ୬୪, ଭଦ୍ରକ ୬୩, କେନ୍ଦ୍ରାପଡ଼ା ୫୮, ସୋନପୁର ୫୫, କେନ୍ଦୁଝର ୫୩, କୋରାପୁଟ ୫୩, ଅନୁଗୁଳ ୪୮, ଜଗତସିଂହପୁର ୪୫, ଗଜପତି ୪୧, ଦେବଗଡ଼ ୩୬, ଢେଙ୍କାନାଳ ୩୩, କନ୍ଧମାଳ ୧୮, ମାଲକାନଗିରି ୧୫, ନବରଙ୍ଗପୁର ୧୩, ବୌଦ୍ଧ ୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.