ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୮୯ଜଣ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୭୧୨୦୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୪୦୮୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୭୧୨୦୦କୁ ବୃଦ୍ଧି ହୋଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୩୩୭, କଳାହାଣ୍ଡି ୩୨୩, ଝାରସୁଗୁଡ଼ା ୨୫୩, ନୂଆପଡ଼ା ୨୫୧, ପୁରୀ ୨୧୯, ବରଗଡ଼ ୨୦୨, ସମ୍ବଲପୁର ୧୯୮, କଟକ ୧୯୩, ବଲାଙ୍ଗିର ୧୬୯, ଷ୍ଟେଟ୍‌ପୁଲ ୧୫୫, ନବରଙ୍ଗପୁର ୧୨୯, ଗଞ୍ଜାମ ୧୦୭, ମୟୂରଭଞ୍ଜ ୧୦୦, ବାଲେଶ୍ବର ୯୮, କେନ୍ଦୁଝର ୯୩, ଯାଜପୁର ୯୦, ରାୟଗଡ଼ା ୭୧, ନୟାଗଡ଼ ୫୭, ଗଜପତି ୫୧, ଅନୁଗୁଳ ୪୬, ସୋନପୁର ୪୩, ଜଗତସିଂହପୁର ୩୮, କେନ୍ଦ୍ରାପଡ଼ା ୨୯, ଭଦ୍ରକ ୨୭, କୋରାପୁଟ ୨୬, ଦେବଗଡ଼ ୨୫, କନ୍ଧମାଳ ୧୮, ମାଲକାନଗିରି ୧୮, ବୌଦ୍ଧ ୧୪ ଓ ଢେଙ୍କାନାଳରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.