ଆଜି ସୁସ୍ଥ ହେଲେ ୨୪୫୨, ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୩୫୬୦୦୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୬୦୦୩କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୩୫୦, ନୂଆପଡ଼ା ୨୧୭, ଝାରସୁଗୁଡ଼ା ୧୪୫, ସମ୍ବଲପୁର ୧୧୨, ବରଗଡ଼ ୧୧୧, କଟକ ୧୧୦, ବଲାଙ୍ଗିର ୧୦୯, ଷ୍ଟେଟ୍‌ପୁଲ ୮୧, କେନ୍ଦୁଝର ୭୪, ବାଲେଶ୍ବର ୭୧, ଅନୁଗୁଳ ୬୫, ଗଞ୍ଜାମ ୫୫, ଯାଜପୁର ୪୭, ନବରଙ୍ଗପୁର ୪୩, ମୟୂରଭଞ୍ଜ ୩୮, ରାୟଗଡ଼ା ୩୪, କଳାହାଣ୍ଡି ୩୧, ଭଦ୍ରକ ୨୮, ସୋନପୁର ୨୫, ଦେବଗଡ଼ ୨୩, ଗଜପତି ୨୦, ଜଗତସିଂହପୁର ୧୮, କୋରାପୁଟ ୧୭, ନୟାଗଡ଼ ୧୪, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୧୨, ମାଲକାନଗିରି ୭, ଢେଙ୍କାନାଳ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.