ଆଜି ରାଜ୍ୟରେ ସୁସ୍ଥ ହେଲେ ୧୭୪୦ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୪୯୩୭୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟ ୩୪୯୩୭୭କୁ ବୃଦ୍ଧି ପାଇଛି। ଆଜି ନୂଆପଡ଼ା ଜିଲାରୁ ସର୍ବାଧିକ ୩୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୧୭, ଖୋର୍ଦ୍ଧାରୁ ୧୫୨, ବଲାଙ୍ଗିରୁ ୮୭, ସମ୍ବଲପୁର ୮୬, ନବରଙ୍ଗପୁର ୮୨, ବରଗଡ଼ ୬୪, କଟକ ୫୬, କେନ୍ଦୁଝର ୪୮, ଗଞ୍ଜାମ ୪୭, ଗଜପତି ୪୪, ଅନୁଗୁଳ ୪୩, ପୁରୀ ୪୩, ମୟୂରଭଞ୍ଜ ୩୯, ଯାଜପୁର ୩୮, ଭଦ୍ରକ ୩୬, ଷ୍ଟେଟ୍‌ପୁଲ ୩୫, ବାଲେଶ୍ବର ୩୩, କଳାହାଣ୍ଡି ୩୦, ଝାରସୁଗୁଡ଼ା ୨୨, ରାୟଗଡ଼ା ୨୦, କୋରାପୁଟ ୧୭, ନୟାଗଡ଼ ୧୫, ସୋନପୁର ୧୩, କନ୍ଧମାଳ ୧୧, ଦେବଗଡ଼ ୧୦, କେନ୍ଦ୍ରାପଡ଼ା ୬, ଜଗତସିଂହପୁର ୫, ଢେଙ୍କାନାଳ ୩ ଓ ମାଲକାନଗିରିରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments
Loading...